ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧନବାଦର ଝରିଆ କୋଲଫିଲ୍ଡରେ ରାଷ୍ଟ୍ରାୟତ୍ତ ବିସିସିଏଲ୍ ର ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ କୋଇଲା ଉତ୍ତୋଳନ କରୁଥିବା ପ୍ରାୟ ଦେଢ଼ ଡଜନ ଲୋକ ପୋତି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ୧୫ ଜଣ ଆହତ ହୋଇଛନ୍ତି । ଆଜି ବିସିସିଏଲର ଭଉରା କୋଲିଏରି ଅଂଚଳରେ ଏହି ଘଟଣା ଘଟିଛି। ଦେବପ୍ରଭା ନାମକ ଏକ ଆଉଟସୋର୍ସିଂ କମ୍ପାନି ଏହି ଖଣିରେ ଖଣି ଖନନ କରୁଥିଲା । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏହି ରାଷ୍ଟ୍ରାୟତ୍ତ ଖଣିରେ ବେଆଇନ ଖନନ କରି କୋଇଲା ଉତ୍ତୋଳନ କରିଥାନ୍ତି । ମିଳିଥିବା ସୂଚନା ଅନୁସାରେ- ଶୁକ୍ରବାର ସକାଳେ କିଛି ଲୋକ ବେଆଇନ ଭାବେ କୋଇଲା ଖନନ ପାଇଁ ସେଠାରେ ପ୍ରବେଶ କରିଥିବାବେଳେ ଖଣିର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ କୋଇଲା ଭଗ୍ନାବଶେଷତଳୁ ୧୪-୧୫ ଜଣଙ୍କୁ ବାହାର କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଉଭୟ ମୃତଦେହକୁ ବିସିସିଏଲ୍ ଭୋରା ଅଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଗେଟ୍ ଅବରୋଧ କରିବା ସହ ପ୍ରତିବାଦ କରିଥିଲେ ।
More Stories
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..
କଂଗ୍ରେସ ପ୍ରାର୍ଥୀ ତାଲିକା ବିଜେପି ପ୍ରସ୍ତୁତ କରୁଛି….