ରିପୋର୍ଟ କାର୍ଡ / ଭୁବନେଶ୍ବର
ପ୍ରଚଣ୍ଡ ଗ୍ରୀଷ୍ମରେ ବିଦ୍ୟୁତ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଉକ୍ତ ବୈଠକରେ ବିଦ୍ୟୁତ ଯୋଗାଣ ସମସ୍ୟା ନେଇ ଆଲୋଚନା ହୋଇଛି। ବିଶେଷ କରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ଡିସକମ୍(ବିଦ୍ୟୁତ ବିତରଣ କମ୍ପାନି)ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ସଚିବ କଣ୍ଟ୍ରୋଲ ରୁମକୁ ଗୁରୁତ୍ଵ ଦେଇ ବିଦ୍ୟୁତ ଯୋଗାଇବା ଲାଗି କହିଛନ୍ତି। ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ତତ୍କାଳ ପଦକ୍ଷେପ ନେବାକୁ ଶକ୍ତି ବିଭାଗ ଓ ବିତରଣ କମ୍ପାନିଙ୍କୁ କହିଛନ୍ତି। ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି। ସବଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସବଷ୍ଟେସନଗୁଡ଼ିକୁ ଆସୁଥିବା ଗ୍ରାହକଙ୍କ କଲ ରିସିଭ କରିବା ଲାଗି ମଧ୍ୟ ତାଗିଦ କରିଛନ୍ତି। ଏହାଛଡ଼ା ବିଦ୍ୟୁତ କାଟ ନେଇ ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତ୍ବର ସହ ନେଇ ଯଥା ଶୀଘ୍ର ସମାଧାନ କରିବା ସହ ଲୋକଙ୍କ କଲ ଆସିଲେ ଆଟେଣ୍ଡ କରିବାକୁ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।
More Stories
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ….
ବିଜେଡି କାହିଁ କି ହାରିଲା ଉତ୍ତର ଦେଲେ ନବୀନ,ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି……
ଏଥର ହେବ କଲେଜରେ ନିର୍ବାଚନ…..