ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି। ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ରାଜଧାନୀରେ ବାଇକ ଟ୍ୟାକ୍ସି ସେବା ଯୋଗାଉ ଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅନୁମତି ଦେଇଥିଲେ। ତେବେ ଏହି ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଲାଇସେନ୍ସ ପାଇଁ ଉପଯୁକ୍ତ ନୀତି ନ ଆସିବା ଯାଏ ବାଇକ ଟ୍ୟାକ୍ସି ସେବା ଦିଲ୍ଲୀରେ ମିଳିବ ନାହିଁ। ଶୁଣାଣି ବେଳେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୩୦ ସୁଦ୍ଧା ବାଇକ ଟ୍ୟାକ୍ସି ସେବା ପାଇଁ ନୂଆ ଗାଇଡଲାଇନ ଆସିବ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..