ରିପୋର୍ଟ କାର୍ଡ / କଳାହାଣ୍ଡି
ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇ ପାରିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଜି ଏପରି ଏକ ଘଟଣା ଘଟିଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରେନ୍ଟି କେସିଙ୍ଗା ଷ୍ଟେଶନରେ କିଛି ସମୟ ପାଇଁ ଅଟକିଥିବା ବେଳେ ଏହାପରେ ଟ୍ରେନଟି ଛାଡିଥିଲା। ମାତ୍ର ଟ୍ରେନ୍ଟି ଛାଡ଼ିବା ବେଳକୁ ମଝିରୁ ଆଲୁମିନା ୱାଗନ ଛିଣ୍ଡି ଅଲଗା ହୋଇଯାଇଥିଲା। ଫଳରେ ପଛ ବଗି ଅଟକି ରହିଥିବା ବେଳେ ଇଞ୍ଜିନ ଆଗକୁ ମାଡ଼ି ଯାଇଥିଲା। ଫଳରେ ଟ୍ରେନ୍ର ୨ଟି ବଗି ମଧ୍ୟରେ ପ୍ରାୟ ୩୦ ମିଟରର ବ୍ୟବଧାନ ସୃଷ୍ଟି ହୋଇ ଯାଇଥିଲା । ତତ୍କ୍ଷଣାତ ଲୋକୋ ପାଇଲଟ ଏହା ଦେଖି ଟ୍ରେନ୍ଟିକୁ ଷ୍ଟେଶନରେ ଅଟକାଇ ଦେଇଥିଲେ। ଏନେଇ ଡ୍ରାଇଭର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ତୁରନ୍ତ ଏକ ଟିମ୍ ସେଠାରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି। କିପରି ପଛ ବଗିକୁ ଛାଡ଼ି ଟ୍ରେନ୍ଟି ଆଗେଇ ଗଲା ତାହାର କାରଣ ଖିଜ ଯାଉଛି |
More Stories
ନବୀନଙ୍କ ଭିଡିଓ ବାର୍ତ୍ତାକୁ ମାଲୋଚନା କଲା ବିଜେପି…..
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ….
ବିଜେଡି କାହିଁ କି ହାରିଲା ଉତ୍ତର ଦେଲେ ନବୀନ,ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି……