Report Card Odisha

| Daily Odia News

ଥରକେ ୪୧ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଚୀନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକକ ଅଭିଯାନରେ ମହାକାଶକୁ ୪୧ଟି ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ଉତ୍‌କ୍ଷେପଣ କରି ଚୀନ୍‌ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିବା କଥା ଗଣମାଧ୍ୟମ ରିପୋର୍ଟ କରିଛି। ସ୍ଥାନୀୟ ସମୟ ଅପରାହ୍ଣ ୧.୩୦ରେ ସାନିସି ପ୍ରଦେଶ ଅନ୍ତର୍ଗତ ‘ତାଇୟୁଆନ୍‌ ସାଟେଲାଇଟ୍‌ ଲଞ୍ଚ୍‌ ସେଣ୍ଟର୍‌’ରେ ଉତ୍‌‌କ୍ଷେପଣ କରାଯାଇଥିବା ରକେଟ୍‌ରେ ଉକ୍ତ ସାଟେଲାଇଟ୍‌ ସବୁ ମହାକାଶକୁ ପଠାଯାଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଏହି ସାଟେଲାଇଗୁଡ଼ିକ ମୁଖ୍ୟତଃ ବ୍ୟାବସାୟିକ ‘ରିମୋର୍ଟ ସେନ୍‌ସିଙ୍ଗ୍‌ ସର୍ଭିସ୍‌’ ଏବଂ ସେ ସଂକ୍ରାନ୍ତ ‘ଟେକ୍ନୋଲୋଜି’ ଯାଞ୍ଚ ସେବା ଯୋଗାଇ ଦେବ। ଏହି ସାଟେଲାଇଟ୍‌ଗୁଡ଼ିକ ମଧ୍ୟରୁ ୩୬ଟି ହେଉଛି ‘ଜିଲିନ୍‌-୧’ ସିରିଜ୍‌ର। ‘ଜିଲିନ୍‌-୧’ ହେଉଛି ଚୀନ୍‌ ନିଜେ ବିକଶିତ କରିଥିବା ସର୍ବପ୍ରଥମ ବ୍ୟାବସାୟିକ ‘ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ ସିଷ୍ଟମ୍’। ଏହା ହେଉଛି ଚୀନ୍‌ ‘ଲଙ୍ଗ୍‌ ମାର୍ଚ ୨ଡି ରକେଟ୍‌ ସିରିଜ୍‌’ର ୪୭୬ତମ ଉଡ଼ାଣ। ଗୁରୁବାରର ଉତ୍‌କ୍ଷେପଣ ପରେ ମହାକାଶରେ ଚୀନ୍‌ର ‘ଜିଲିନ୍‌-୧’ ସାଟେଲାଇଟ୍‌ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ବୋଲି ‘ସିନ୍‌ହୁଆ’ ରିପୋର୍ଟ କରିଛି।

Breaking News