ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା | ସେଥି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଲାଗି ବ୍ୟବସ୍ଥା କରାଯାଇଛି । ପାରାଦ୍ୱୀପ, ଅନୁଗୁଳ, ଭଦ୍ରକ, ଖୋର୍ଦ୍ଧାରୋଡ଼, ନୂଆଗାଁ ରୋଡ଼, ବ୍ରହ୍ମପୁର, ପଲାସା, କେନ୍ଦୁଝରଗଡ, ଗୁଣପୁର ଆଦି ଅଞ୍ଚଳରୁ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଲାଗି ରେଲୱେ ଗେଷ୍ଟହାଉସ୍ର ମଧ୍ୟ ବନ୍ଦୋବସ୍ଥ କରାଯାଇଛି । ଅନ୍ୟପକ୍ଷରେ ରଥଯାତ୍ରାରେ ଅଧିକାଂଶ ଲୋକ ପଡୋଶୀ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରୁ ଆସିଥାନ୍ତି । କିନ୍ତୁ ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ସିପିଆର୍ଓ ଆଦିତ୍ୟ ଚୌଧୁରୀ କହିଛନ୍ତି ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..