ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପବିତ୍ର ରଥଯାତ୍ରାରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ରାଷ୍ଟ୍ରପତି ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭକ୍ତି ଓ ସମର୍ପଣର ଏ ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ ! | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ ଟ୍ୱିଟ ରେ ଲେଖିଛନ୍ତି ଯେହେତୁ ଆମେ ଏହି ପବିତ୍ର ଉତ୍ସବ ପାଳନ କରୁ, ମହାପ୍ରଭୁ ଜଗନ୍ନାଥଙ୍କ ଏହି ଐଶ୍ୱରୀୟ ଯାତ୍ରା ଆମ ଜୀବନକୁ ସୁସ୍ଥ, ସୁଖ ଏବଂ ଆଧ୍ୟାତ୍ମିକ ସମୃଦ୍ଧରେ ପରିପୂର୍ଣ୍ଣ କରିବ । ଆଜି ଗୁଜୁରାଟ ଅହମ୍ମଦା ଠାରେ ମଧ୍ୟ ବହୁ ଆଡମ୍ବର ସହ ପାଳନ ହେବ ରଥଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଲାଗି ଗତକାଲି ସେଠାକୁ ଭୋଗ ପଠାଇଛନ୍ତି । ଆଜି ରଥରେ ମଙ୍ଗଳ ଆରତୀ କରିବେ ଗୃହମନ୍ତ୍ର ଅମିତ ଶାହ । ଆଜି ପୁରୀରେ ରଥଯାତ୍ରା ନେଇ କଡା ବ୍ୟବସ୍ଥା ଲାଗୁ କରାଯାଇଛି । ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..