ରିପୋର୍ଟ କାର୍ଡ / କଟକ
କଟକ ସାର୍ତ୍ତୋଳ ରେଳ ଫାଟକ ନିକଟରେ ଏକ ମାଲବାହୀ ଟ୍ରେନ୍ ମଝିରୁ ବଗି ଅଲଗା ହୋଇଯାଇଥିବା ଜଣାପଡିଛି । ଫଳରେ ଦୀର୍ଘ ସମୟ ଧରି ଟ୍ରେନ୍ଟି ଲାଇନ ଉପରେ ଛିଡା ହୋଇଥିଲା । ସଙ୍ଗେ ସଙ୍ଗେ ରେଳବାଇର ଉଚ୍ଚ ପଦସ୍ତ ଅଧିକାରୀମାନେ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି । ଏହାପରେ ମରାମତି କରାଯାଇ ମାଲଗାଡ଼ିଟିକୁ ପଠାଯାଇଛି । ପାରାଦ୍ଵୀପରୁ କଟକ ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍ । ସର୍ତ୍ତୋଲ ନିକଟରେ ହଠାତ କିଛି ଗାଈ ରେଳ ଧାରଣା ଉପରକୁ ପଶି ଆସିଥିଲେ । ଏହି ସମୟରେ ହାର୍ଡ ବ୍ରେକ୍ ମାରିଦେବାରୁ ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..