ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍ ସେକ୍ଟର୍ରେ ନିହତ ହୋଇଥିବା ଜଣାପଡିଛି |ପୋଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ ଉକ୍ତ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିବା ଜଣାପଡ଼ିଛି। ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ କହିଛି ଯେ, ସେନା ଓ ପୁଲିସର ମିଳିତ ଅଭିଯାନରେ କୁପ୍ୱାଡ଼ାର ମଚ୍ଛଲ୍ ସେକ୍ଟର୍ ଅନ୍ତର୍ଗତ କାଲା ଜଙ୍ଗଲରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଆମ ପଟକୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ। ଅନୁପ୍ରବେଶକାରୀ ଆତଙ୍କବାଦୀମାନଙ୍କୁ ବାଧା ଦେବାକୁ ଉଦ୍ୟମ କରାଯିବା ବେଳେ କୁପ୍ୱାଡ଼ା ଅନ୍ତର୍ଗତ ମଚ୍ଛଲ୍ ସେକ୍ଟର୍ରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ପୋଲିସ କହିଛି।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..