ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସବୁଠାରୁ କନିଷ୍ଠ କମର୍ସିଆଲ ପାଇଲଟ୍ ହେବାର ଗୌରବ ଆଣିଛନ୍ତି ହିମାଚଳ ପ୍ରଦେଶର ସାକ୍ଷୀ କୋଚ୍ଚର | ମାତ୍ର ୧୮ବର୍ଷ ବୟସରେ ବାଣିଜ୍ୟିକ ବିମାନ ଉଡାଣ ଲାଗି ପାଇଲଟ୍ ଲାଇସେନ୍ସ ହାସଲ କରିଛନ୍ତି। ଏହା ପୂର୍ବରୁ ମୈତ୍ରୀ ପଟେଲ ୧୯ବର୍ଷ ବୟସରେ ପାଇଲଟ ହେବାର ଗୌରବ ହାସଲ କରିଥିଲେ। ମୈତ୍ରୀଙ୍କ ରେକର୍ଡକୁ ସାକ୍ଷୀ ଭାଙ୍ଗିଛନ୍ତି। ଉଭୟ ମୈତ୍ରୀ ଓ ସାକ୍ଷୀ କ୍ୟାପଟେନ ଏକେ ମାନେକଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିଲେ। ସାକ୍ଷୀ ନିଜର ୭ମାସ ୧୫ ଦିନର ପ୍ରଶିକ୍ଷଣରେ ବିମାନ ଉଡାଣ ଅବଧି (ଫ୍ଲାଇଙ୍ଗ ଆୱାର) ଲକ୍ଷ୍ୟକୁ ହାସଲ କରିପାରିଥିଲେ। ସେ ତାଙ୍କର ୧୮ତମ ଜନ୍ମଦିନ ୨୦୨୩ ମେ ୩୦ରେ ନିଜର କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..