ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଫାସଟ୍ୟାଗ୍ ଆଦାୟ ରାଶି ଗତ ୫ ବର୍ଷ ମଧ୍ୟରେ ଦୁଇଗୁଣା ବୃଦ୍ଧି ଘଟିଛି। ୨୦୧୭ରେ ଫାସ୍ଟ୍ୟାଗ ବାବଦରେ ୨୨,୮୨୦ କୋଟି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ୨୦୨୨ରେ ଏହା ୫୦,୮୫୫ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷକ ମଧ୍ୟରେ ଏଥିରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ୨୦୧୮ରେ ଫାସ୍ଟ୍ୟାଗ ଆଦାୟ ରାଶି ୨୫,୪୨୦ କୋଟି ଟଙ୍କା ଥିବାବେଳେ ୨୦୧୯ରେ ଏହା ୨୭,୬୯୫ କୋଟି, ୨୦୨୦ରେ ୨୭,୯୨୦ କୋଟି, ୨୦୨୧ରେ ୩୪,୭୭୮ କୋଟି ଟଙ୍କା ଆଦାୟ ହୋଇଥିଲା। ୨୦୨୧ ମସିହାରେ ଫାସ୍ଟ୍ୟାଗକୁ ବାଧ୍ୟତାମୂଳକ କରାଯିବା ପରେ ଏଥିରେ ଅଧିକ ବୃଦ୍ଧି ପାଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ରିପୋର୍ଟ ଅନୁଯାୟୀ, ଦେଶରେ ଏବେ ମୋଟ ୭.୦୬ କୋଟି ଗାଡ଼ିରେ ଫାସଟ୍ୟାଗ ରହିଛି । ୨୦୧୯ ପରେ ଦେଶରେ ଫାସ୍ଟ୍ୟାଗ ବ୍ୟବହାର ବଢ଼ିବାରେ ଲାଗିଛି। ୨୦୧୯ରେ କେବଳ ୧.୭୦ କୋଟି ଗାଡ଼ିରେ ଫାସଟ୍ୟାଗ ଥିବାବେଳେ ୨୦୨୩ରେ ଏଥିରେ ୩୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ ଦେଶରେ ୯୬୪ରୁ ଅଧିକ ଟୋଲ ପ୍ଲାଜା ଥିବାବେଳେ ସର୍ବାଧିକ ୧୪୩ଟି ଟୋଲ ପ୍ଲାଜା ମଧ୍ୟପ୍ରଦେଶରେ ରହିଛି। ଏହା ପଛକୁ ଉତ୍ତର ପ୍ରଦେଶରେ ୧୧୪ଟି ଟୋଲ ପ୍ଲାଜା ଅଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..