Report Card Odisha

| Daily Odia News

ମୋଦିଙ୍କୁ ଖାସ୍‌ ଉପହାର ଦେଲେ ବାଇଡେନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୩ ଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟରେ ପହଂଚିଛନ୍ତି। ତେବେ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍‌ ଉପହାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଜୋ’ ବାଇଡେନ ଗତକାଲି ମୋଦିଙ୍କୁ AI ଲେଖାଥିବା ଏକ ଟି- ସାର୍ଟ ଉପହାର ଦେଇଛନ୍ତି। ଆମେରିକା କଂଗ୍ରେସକୁ ସମ୍ବୋଧନ ବେଳେ ମୋଦି AI ଶବ୍ଦ ଉଚ୍ଚାରଣ କରିଥିଲେ। ଏହା ଆମେରିକା ଓ ଭାରତର ଦୃଢ଼ ସମ୍ବନ୍ଧକୁ ସୂଚାଉଥିବା କହିଥିଲେ। ଗତ ୭ ବର୍ଷ ମଧ୍ୟରେ ବହୁ କିଛି ପରିବର୍ତ୍ତନ ଘଟିଛି। ଆମେରିକା ଓ ଭାରତର ବନ୍ଧୁତା ପୂର୍ବ ପରି ଅତୁଟ ରହିଛି। ଏବେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ଯୁଗରେ ଆମେରିକା ଭାରତର ସମ୍ବନ୍ଧ ବି ଖୁବ୍‌ ଦୃଢ ହେବାରେ ଲାଗିଛି। ଏହାପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ବାଇଡେନ ମୋଦିଙ୍କୁ ଉକ୍ତ ଟି-ସାର୍ଟ ଉପହାର ଦେଇଥିଲେ। ଏହି ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିବେ ବେଳେ ୟୁଏସ୍‌ କଂଗ୍ରେସକୁ ସମ୍ବୋଧନ କରିଥିଲେ।

 

Breaking News