ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମ୍ବିଧାନର ପ୍ରଣେତା ଡ. ବିଆର୍ ଆମ୍ବେଦକର ସବୁ ଧାରାର ଚିଠା ପ୍ରସ୍ତୁତ କରିଥିଲେ। କିନ୍ତୁ ଧାରା ୩୭୦ ଲେଖିବାକୁ ମନା କରିଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜମ୍ମୁ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି। ଉକ୍ତ ଧାରା ଅଧୀନରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ମିଳିଥିଲା। ସଂପ୍ରତି ଧାରା ୩୭୦ ଉଚ୍ଛେଦ ହେବା ଫଳରେ ଜମ୍ମୁ କାଶ୍ମୀରକୁ ଦେଶର ମୁଖ୍ୟସ୍ରୋତ ସହିତ ସାମିଲ କରାଯାଇ ପାରିଛି। ଏଥିଯୋଗୁ ଜମ୍ମୁ କାଶ୍ମୀରକୁ ନିବେଶ ଏବଂ ବିକାଶର ଦ୍ବାର ବ୍ୟାପକ ମାତ୍ରାରେ ଖୋଲିଯାଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଜମ୍ମୁ କାଶ୍ମୀରରେ ଜାତୀୟ ସ୍ତରର ପ୍ରାୟ ସବୁ ପ୍ରତିଷ୍ଠାନ ଥିବାବେଳେ ଆସନ୍ତା କିଛିଦିନ ମଧ୍ୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ। ଏହା ଜମ୍ମୁ କାଶ୍ମୀରର ବିକାଶକୁ ଆହୁରି ତ୍ବରାନ୍ବିତ କରିବ। ଏଥିସହିତ ଲୋକଙ୍କୁ ଶାରିରୀକ ଓ ମାନସିକ ସୁସ୍ଥତା ପ୍ରଦାନରେ ଏହା ସହାୟକ ହେବ ବୋଲି ଧନଖଡ଼ କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….