ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହ ବନ୍ଧନରେ ଆବଦ୍ଧ ହେବାକୁ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ପାଟଣାରେ ଚାଲିଥିବା ବିରୋଧି ଦଳର ବୈଠକରେ ଉଦବୋଧନ ଦେଇ ଲାଲୁ ଏଭଳି କହିଛନ୍ତି । ଏକଥା ଶୁଣି ଲାଜେଇ ଯାଇଥିଲେ ରାହୁଲ। ଏହି ବୈଠକ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କୁ ଏହି ପରାମର୍ଶ ଦେଇଥିଲେ ଲାଲୁ। ଲାଲୁ କହିଥିଲେ ବିବାହ କରିବାକୁ ରାହୁଲଙ୍କୁ ଅନେକ ବାର କହିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ରାହୁଲ ବିବାହ କରୁନଥିବାରୁ ତାଙ୍କ ମା’ ସୋନିଆ ଗାନ୍ଧୀ ଚିନ୍ତାରେ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହୁଲ ତୁରନ୍ତ ବିବାହ କରିନେବା ଉଚିତ୍। ରାହୁଲଙ୍କ ବରଯାତ୍ରୀରେ ସାମିଲ ହେବାକୁ ଇଚ୍ଛୁକ ଥିବା ଲାଲୁ କହିଥିଲେ। ଏତିସହ ଭାରତ ଯୋଡ଼ୋ ଯାତ୍ରା କରିଥିବାରୁ ରାହୁଲଙ୍କୁ ଲାଲୁ ପ୍ରଶଂସା କରିବା ସହ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……