ରିପୋର୍ଟ କାର୍ଡ / ଗଂଜାମ
ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର ଚାଞ୍ଚଲ୍ୟ ଖେଳାଇଛି | ୨ ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦ୍ୱୟ ହେଲେ ଶିବ ଗୌଡ଼ ଓ ଲିଟୁ ଗୌଡ଼। ଶିବ ଓ ଲିଟୁ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ- ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପରେ ଗାଁ ମୁଣ୍ଡରେ ଜାଳି ଦଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ଦିଗପହଣ୍ଡି ଥାନା ପୋଲିସ ଓ ଚିକିଟି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..