ରିପୋର୍ଟ କାର୍ଡ / ଗଂଜାମ
ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର ଚାଞ୍ଚଲ୍ୟ ଖେଳାଇଛି | ୨ ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦ୍ୱୟ ହେଲେ ଶିବ ଗୌଡ଼ ଓ ଲିଟୁ ଗୌଡ଼। ଶିବ ଓ ଲିଟୁ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ- ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପରେ ଗାଁ ମୁଣ୍ଡରେ ଜାଳି ଦଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ଦିଗପହଣ୍ଡି ଥାନା ପୋଲିସ ଓ ଚିକିଟି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……