Report Card Odisha

| Daily Odia News

ଭାରତୀୟ ଅର୍ଥନୀତି ଉପରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଚମତ୍କାର ପ୍ରଭାବ ପଡୁଛି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ଅର୍ଥନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଚମତ୍କାର ପ୍ରଭାବ ପଡୁଛି | ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଥିବା ରୁଷୀୟ ଟେଲିଭିଜନ୍‌ ନେଟ୍‌ୱାର୍କ ‘ଆର୍‌ଟି’ ରିପୋର୍ଟ କରିଛି। ‘ଆର୍‌ଟି’ ରିପୋର୍ଟ ଅନୁସାରେ, ମସ୍କୋରେ ରୁଷ୍‌ର ‘ଏଜେନ୍‌ସି ଫର୍‌ ‌ଷ୍ଟ୍ରାଟେଜିକ୍‌ ଇନିସିଏଟିଭ୍‌ସ୍‌’ (ଏଏସ୍‌ଆଇ)ଦ୍ବାରା ଆୟୋଜିତ ସମାବେଶରେ ଉଦ୍‌ବୋଧନ ଦେବା ବେଳେ ଭ୍ଲାଦିମିର୍‌ ପୁଟିନ୍‌ ଆଞ୍ଚଳିକ ସ୍ତରରେ ଉତ୍ପାଦ ବିକାଶ, ନିର୍ମାଣ ଓ ସମିଶ୍ରଣ କରିବା ଲାଗି କମ୍ପାନିମାନଙ୍କୁ ଉତ୍ସାହ ଦେଉଥିବା ଦେଶର ଦୃଷ୍ଟାନ୍ତ ଦେଇ ଭାରତ କଥା କହିଥିଲେ। ପୁଟିନ୍‌ କହିଛନ୍ତି, ଆମର ଭାରତୀୟ ମିତ୍ର ଓ ପରମ ମିତ୍ର ପ୍ରଧାନମନ୍ତ୍ରୀ ମୋଦୀ କିଛି ବର୍ଷ ହେବ ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପକ୍ରମ ଆରମ୍ଭ କରିଛନ୍ତି। ବାସ୍ତବରେ ଭାରତୀୟ ଅର୍ଥନୀତି ଉପରେ ଏହା ଚମତ୍କାର ପ୍ରଭାବ ପକାଉଛି। ଯାହା ଚାଲୁଛି ତାକୁ ଅନୁକରଣ କରିବାରେ କିଛି କ୍ଷତି ନାହିଁ। ଆମେ ତାହା ନ କରିଥିଲେ ବି ଆମ ମିତ୍ରମାନେ ତାହା କରିଛନ୍ତି। ରୁଷ୍‌ରେ ସ୍ବଦେଶୀ ଉତ୍ପାଦ ଓ ‘ବ୍ରାଣ୍ଡ୍‌’କୁ ଉତ୍ସାହ ଦେବା ଲାଗି ଭାରତର ଦୃଷ୍ଟାନ୍ତ ଦେଇ ଭ୍ଲାଦିମିର୍‌ ପୁଟିନ୍‌ କହିଲେ, ଉତ୍ପାଦ ସବୁକୁ ଫଳପ୍ରଦ ଭାବେ ବିକ୍ରୟ କରିବା ଲାଗି ଆମ କମ୍ପାନିଗୁଡ଼ିକୁ ସାହାଯ୍ୟ କରିବା ପାଇଁ ମସ୍କୋ ସହାୟତା ବ୍ୟବସ୍ଥା କରିବା ଆବଶ୍ୟକ। ଆଞ୍ଚଳିକ ଉତ୍ପାଦନ ସାମର୍ଥ୍ୟକୁ ବିକଶିତ କରିବା ପାଇଁ ଫଳପ୍ରଦ ‘ମଡେଲ୍‌’ ସୃଷ୍ଟି କରିବା ସହିତ ବିଦେଶୀ ନିବେଶକମାନଙ୍କୁ ଆକୃଷ୍ଟ କରିଥିବାରୁ ସେ ଭାରତର ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି।

Breaking News