ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆମେରିକାରେ ସୁଟିଂ ସମୟରେ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଆମେରିକାର ଲସ ଏଞ୍ଜେଲସରେ ଏକ ଫିଲ୍ମର ସୁଟିଂ ସମୟରେ ଶାହାରୁଖ ଷ୍ଟଣ୍ଟ କରିବା ସମୟରେ ଆହତ ହୋଇଛନ୍ତି। ତାଙ୍କ ନାକରେ ଆଘାତ ଲାଗିଛି। ଆହତ ହେବା ପରେ ଶାହରୁଖଙ୍କର ନାକର ଅସ୍ତ୍ରୋପଚାର କରାଯାଇଛି। ଚିକିତ୍ସା ପରେ କିଙ୍ଗ ଖାନ ଭାରତ ଫେରିଛନ୍ତି ଏବଂ ସୁସ୍ଥ ଅଛନ୍ତି। ଇ-ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶ ପାଇଛି, ଶାହରୁଖ ଖାନ ଲସ ଏଞ୍ଜେଲସରେ ହେବାକୁ ଥିବା ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ | ଯେଉଁଥିରେ ତାଙ୍କ ନାକରେ ଆଘାତ ଲାଗିଥିଲା। ଆଘାତ ପରେ ଶାହାରୁଖଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ଶାହାରୁଖ ଖାନଙ୍କ ଟିମ୍କୁ କହିଥିଲେ କୌଣସି ବିପଦ ନାହିଁ।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……