ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେଜ୍ରିୱାଲ ସରକାର ଓ ଉପରାଜ୍ୟପାଳ ଭି.କେ ସକସେନା ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ବିଦ୍ୟୁତ୍ ନିୟାମକ କମିଶନର ଚେୟାରମ୍ୟାନ୍ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍ ଉମେଶ କୁମାରଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଛି ବିବାଦ । ଏହି ବିବାଦ ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ଘଟଣାରେ ଉପରାଜ୍ୟପାଳଙ୍କୁ ନାଲି ଆଖି ଦେଖାଇ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କୌଣସି ଚାପ ସୃଷ୍ଟି କରି ପାରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ ବିଚାରପତି। ଗତ ୨୧ ତାରିଖରେ ଜଷ୍ଟିସ୍ ଉମେଶ କୁମାରଙ୍କୁ (DERC)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ପଦ ପାଇଁ ଜଷ୍ଟିସ ସଙ୍ଗିତା ରାଜ ଲୋଧା ରେସ୍ ଥିବା ବେଳେ ତାଙ୍କ ନାମ ସୁପାରିସ କରିଥିଲେ ଅରବିନ୍ଦ କେଜ୍ରିୱାଲ । କିନ୍ତୁ କେନ୍ଦ୍ର ସରକାର ଜଷ୍ଟିସ୍ ଉମେଶ କୁମାରଙ୍କ ନାମରେ ମୋହର ମାରିଥିଲେ। ଦିଲ୍ଲୀ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..