ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ପରସ୍ପର ସ୍ନେହାନୁବନ୍ଧିତ ହେଲେ ଘର ବୈକୁଣ୍ଠ ସମାନ ହେବ। ଆପଣଙ୍କ ମହନୀୟ କର୍ମ ସମୂହ ଶୀର୍ଷାସନ ଦେଇପାରେ। ଜ୍ଞାନର ପ୍ରଦୀପରେ ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାଳୁ ହେବେ।
ବୃଷ: ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ସ୍ବକର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ପତିପ୍ରାଣା ପ୍ରିୟାଙ୍କ ମନସ୍କାମନା ପୂରଣ କରିପାରନ୍ତି। ଉଦ୍ୟୋଗୀ ହେବେ। ସତ୍ୟପ୍ରତିଜ୍ଞସମ୍ପନ୍ନ ହେବେ।
ମିଥୁନ: ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ମାନସିକ ସଂଘାତ ଅନୁଭବ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହେବା ହଁି ତା’ର ସମାଧାନ ବୋଲି ବିବେଚିତ ହେବ। ସତର୍କରେ ଚଳିବେ।
କର୍କଟ: ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି।
ସିଂହ: ଭ୍ରାତୃତ୍ବର ବନ୍ଧନ ନିବିଡ଼ ହୋଇପାରେ। ଲାଭଜନକ ପଦପଦବୀଯୁକ୍ତ ହୋଇ ଜନସେବାରେ ପ୍ରଶଂସାର ପାତ୍ର ହେବେ। ସୁସ୍ଥ ଓ ନିରାମୟ ରହିବେ। କଠୋର ପଦକ୍ଷେପ ନେଇ ଶତ୍ରୁଦମନ କରିବେ।
କନ୍ୟା: ଚିନ୍ତା କରିନଥିବା କ୍ଷେତ୍ରରୁ କିମ୍ବା ବିନା ଉଦ୍ୟମରେ ହଠାତ୍ କିଛି ଧନ ମିଳିପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଭଣ୍ଡାର ପରିପୂର୍ଣ୍ଣ ହେବ।
ତୁଳା: ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମଧାରଣ କରିପାରନ୍ତି। ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହେବେ। ଦାନଶୀଳ ବ୍ୟକ୍ତିଭାବେ ଖ୍ୟାତି ଅର୍ଜନ କରିପାରନ୍ତି। କୃଷକ ବନ୍ଧୁର ଭୂମିକା ନିର୍ବାହ କରିପାରନ୍ତି।
ବିଛା: ଶାସ୍ତ୍ରମାନଙ୍କରୁ ଆହରିତ ଜ୍ଞାନରେ ଜ୍ଞାନୀ ହୋଇ ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦେଇପାରନ୍ତି। ଈଶ୍ବରୀୟ ଭକ୍ତିରେ ମହାନ୍ ଶକ୍ତିର ଆଧାର ହେବେ। ପ୍ରେମୀ ଓ ସାହସୀ ହେବେ। ପରୋପକାରୀ ହେବେ।
ଧନୁ: ସ୍ବକର୍ମ ବଳରେ ବଳୀୟାନ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଦୃଢ଼ ଇଚ୍ଛାଶକ୍ତି ବଳରେ ଉତ୍କର୍ଷର ଆଧାର ହୋଇପାରନ୍ତି। ଅନ୍ତଃକରଣ ବୃଦ୍ଧି ଯୋଗଁୁ ଆପଣଙ୍କ ଜ୍ଞାନ ଚକ୍ଷୁ ଉନ୍ମୀଳିତ ହେବ। ସୁଖୀ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପଡ଼ୋଶୀଙ୍କ ସହ ଆତ୍ମୀୟସ୍ବଜନ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାର ବିଚାର ପଦ୍ଧତି ଆପଣଙ୍କ ସପକ୍ଷରେ ଯାଇପାରେ।
କୁମ୍ଭ: କର୍ମକୁ ଆପଣଙ୍କ ଜୀବନର ମାର୍ଗଭାବେ ବାଛି ନେଇପାରନ୍ତି। ନିଜ ଜୀବନକୁ ଉତ୍ସର୍ଗ କରି ସେବା ଓ ପରୋପକାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାଧନା ଫଳବତୀ ହୋଇପାରେ।
ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ପୂରଣ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ। ସରକାରୀ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..