Report Card Odisha

| Daily Odia News

ବନ୍ଧୁକ ଚଳାଇ ପାରିବେ ବନ କର୍ମଚାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବନ କର୍ମଚାରୀମାନଙ୍କୁ ମିଳିଲା ବନ୍ଧୁକ ଚଳାଇବାର କ୍ଷମତା | ଆଜିଠାରୁ ଅର୍ଥାତ୍‌ ୫ ଜୁଲାଇ ୨୦୨୩ରୁ ଓଡ଼ିଶାର ବନ କର୍ମଚାରୀମାନଙ୍କୁ ବହୁ ପ୍ରତିକ୍ଷୀତ ବନ୍ଧୁକ ଚଳାଇବା ପାଇଁ ଆଇନଗତ କ୍ଷମତା ପ୍ରଦାନ କରାଯାଇଛି। ଅଭୟାରଣ୍ୟ ଭିତରେ ଶିକାରୀମାନେ ଆଉ ବନ କର୍ମଚାରୀମାନଙ୍କୁ ବେଆଇନ ବନ୍ଧୁକ ଦେଖେଇ ଡରେଇ ଖସି ପାରିବେ ନାହିଁ। ଶିକାରୀ ଯଦି ମରି ବି ଯାଏ, ଆଉ ଚିନ୍ତା କରିବାର କାରଣ ନାହିଁ । କାରଣ ଓଡ଼ିଶାର ଫରେଷ୍ଟ ଗାର୍ଡ ଏବଂ ତଦୁର୍ଦ୍ଧ ସମସ୍ତ ବନ ଅଧିକାରୀଙ୍କୁ ବନ୍ଧୁକ ଚାଳନା କ୍ଷମତା ପ୍ରଦାନ କରିଛି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କ୍ଷମତା ବଳରେ ଯଦି କେହି ବନ ଅଧିକାରୀ ଶିକାରୀ ବା ଅନ୍ୟ କେହି ଦୁର୍ବୃତ୍ତଙ୍କୁ ଗୁଳି ମାରିଲେ, ଆଉ ପୋଲିସ ସିଧା ସେମାନଙ୍କୁ ଗିରଫ କରି ପାରିବ ନାହିଁ । ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ହେବା ପରେ ଯଦି ସଂପୃକ୍ତ ବନ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ, ତେବେ ଯାଇ ପୋଲିସ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତଦନ୍ତ ନ ସାରି ସଂପୃକ୍ତ ବନ ଅଧିକାରୀ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ ବୋଲି ବିବେଚନା କରାଯିବ ଏବଂ ପୋଲିସ ତାଙ୍କୁ ଗିରଫ କରି ପାରିବ ନାହିଁ ।

 

Breaking News