ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ପ୍ରଥମେ ପୁତୁରା ଅଜିତ ପାୱାର ଦଳରେ ବିଦ୍ରୋହ କରି ବିଧାୟକ ଛାଡ଼ି ଦେଇଛନ୍ତି। ପୁଣି ସିନିୟର ପାୱାରଙ୍କ ଆଗରେ ଆଉ ଏକ ଚ୍ୟାଲେଞ୍ଜ ପହଞ୍ଚି ଯାଇଛି। ବିଦ୍ରୋହ ଘୋଷଣା କରି ମହାରାଷ୍ଟ୍ରର ବିଜେପି ସରକାରକୁ ସମର୍ଥନ କରିଥିବା ଅଜିତ ପାୱାର ଏବେ ଏନସିପିର ଦଳୀୟ ଚିହ୍ନ ଓ ନାଁ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ତାଙ୍କ ସହ ଏନସିପିର ୪୦ରୁ ଅଧିକ ବିଧାୟକ ରହିଥିବା ସେ ଦାବି କରି ଦଳୀୟ ଚିହ୍ନ ଓ ନାଁ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଛନ୍ତି। ଅନ୍ୟପଟେ ଦୁଇ ପାଓ୍ବାର ଗୋଷ୍ଠୀ ଶିବିର ଅଲଗା ଅଲଗା ବୈଠକ ଡାକିଥିଲେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇର ଏମଇଟି ବାନ୍ଦ୍ରାରେ ତାଙ୍କ ଗୋଷ୍ଠୀ ନେତା ଏବଂ କର୍ମୀଙ୍କ ସହ ବୈଠକ କରିବା ପରେ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଶରଦ ପାୱାରଙ୍କୁ ଟାର୍ଗେଟ କରିବା ସହ ଅନେକ ବଡ ବଡ ଦାବି ମଧ୍ୟ କରିଥିଲେ । ଅଜିତ ପାୱାର କହିଛନ୍ତି ଯେ ୨୦୦୪ରେ କଂଗ୍ରେସ ଠାରୁ ଅଧିକ ବିଧାୟକ ଥିଲେ ମଧ୍ୟ ଏନସିପି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ହରାଇଥିଲା। ଯଦି ଆମେ ସେହି ସମୟରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଦେଇନଥାନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କେବଳ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ମୁଖ୍ୟମନ୍ତ୍ରୀ ଥାଆନ୍ତେ। ସେ କହିଥିଲେ ଯେ ମୋତେ ସବୁବେଳେ ଖଳନାୟକ ଭାବେ ସଜାଯାଉଛି । ଏହି ଅବସରରେ ଅଜିତ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ପରେ ଯେତେବେଳେ ସେ ବିଜେପି ସହ ହାତ ମିଳାଇଥିଲେ, ତାପଛରେ ଥିଲା ଶରଦ ପାଓ୍ବାରଙ୍କ ନିର୍ଦ୍ଦେଶ । “୨୦୧୯ ନିର୍ବାଚନ ପରେ ପାୱାର ସାହେବ, ମୁଁ ଏବଂ ପ୍ରଫୁଲ୍ଲ ପଟେଲ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଜଣେ ବଡ଼ ଶିଳ୍ପପତିଙ୍କ ଘରେ ଭେଟି ସରକାର ଗଠନ ପାଇଁ ସବୁ କିଛି ସ୍ଥିର କରିଥିଲୁ । ଏପରିକି ୨୦୧୭ରେ ଶରଦ ପାୱାର ବିଜେପି ସହ ମିଶି ସରକାର ଗଢ଼ିବାକୁ ଚାହୁଁଥିଲେ।“ କିନ୍ତୁ ପରେ ପାଓ୍ବାର ସାହେବ ସେଥିରୁ ପଲଟିଯାଇଥିଲେ ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..