Report Card Odisha

| Daily Odia News

ୟୁଜିସିର ନୂଆ ନିୟମ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଯୋଗ୍ୟତା ଆଧାରରେ ପରିବର୍ତ୍ତନ ହୋଇଛି। ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସହକାରୀ ପ୍ରାଧ୍ୟାପକ ପଦବୀରେ ପ୍ରତ୍ୟେକ୍ଷ ନିଯୁକ୍ତି ପାଇଁ ପିଏଚଡ଼ି ଯୋଗ୍ୟତା ବାଧ୍ୟତାମୂଳକ ହେବ ନାହିଁ। ଏହି ପଦବୀ ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ), ରାଜ୍ୟ ଯୋଗ୍ୟତା ପରୀକ୍ଷା (ସେଟ) କିମ୍ବା ରାଜ୍ୟସ୍ଥରୀୟ ଯୋଗ୍ୟତା ପରୀକ୍ଷା (ସ୍ଲେଟ୍)କୁ ନ୍ୟୁନତନ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ୟୁଜିସି ଅଧିସୂଚନା ଅନୁଯାୟୀ, ସହକାରୀ ପ୍ରାଧ୍ୟାପକ ପାଇଁ ପିଏଚଡ଼ି ଯୋଗ୍ୟତା ବିକଳ୍ପ ଭାବେ ଧରାଯିବ। ଏହା ପୂର୍ବରୁ ୨୦୨୧ରେ ୟୁଜିସି ସହକାରୀ ପ୍ରାଧ୍ୟାପକ ପଦବୀରେ ପ୍ରତ୍ୟେକ୍ଷ ନିଯୁକ୍ତି ପାଇଁ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ପିଏଚଡ଼ି ଡିଗ୍ରୀ ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଥିଲେ।

 

Breaking News