Report Card Odisha

| Daily Odia News

ଆରଆଇଙ୍କୁ କାମୁଡ଼ି ଦେଲେ ମାଫିଆ…..

ରିପୋର୍ଟ କାର୍ଡ / ବଲାଙ୍ଗିର

ବାଲି ମାଫିଆମାନେ ଆରଆଇଙ୍କୁ ମାଡମାରିବା ସହ ହାତକୁ କାମୁଡ଼ି ଦେଇଛନ୍ତି | ତାଙ୍କ ମୋବାଇଲକୁ ବି ପୋଡ଼ିଦେଇଥିଲେ। ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁରଶୁଣ୍ଡ ଗାଁରେ ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ହୋଇଥିବା ଆରଆଇଜଣକ ହେଉଛନ୍ତି ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ । ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁରଶୁଣ୍ଡ ଗାଁ ନିକଟରେ ଥିବା ଅଙ୍ଗ ନଦୀର ବାଲିଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ତହସିଲଦାର। ଆଜି ତହସିଲଦାର ଓ ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ ଟିମ୍‌ ସହିତ ଅଙ୍ଗ ନଦୀ ବାଲିଘାଟକୁ ଯାଇଥିଲେ । ଅଧିକାରୀଙ୍କ ଦେଖି ବାଲି ବୋଝେଇ ଟ୍ରାକ୍ଟରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆର. ଆଇ ମୋବାଇଲରେ ତାହାର ଭିଡିଓ ଉତ୍ତୋଳନ କରିଥିଲେ । ହଠାତ ବାଲିମାଫିଆମାନେ ଆରଆଇଙ୍କ ମୋବାଇଲ ଛଡ଼ାଇ ଦେଇ ପୋଡି ଦେଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ସେମାନେ ଆର. ଆଇଙ୍କୁ ମାରପିଟ କରି ତାଙ୍କ ହାତକୁ କାମୁଡି ଦେଇଥିଲେ । ଆହତ ଆରଆଇଙ୍କୁ ଡୁଙ୍ଗରିପାଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

 

Breaking News