Report Card Odisha

| Daily Odia News

ପାକିସ୍ତାନୀ ଗୁପ୍ତଚରଙ୍କ ପ୍ରତି ଆକର୍ଷିତ ‘ଡିଆର୍‌ଡିଓ’ ବୈଜ୍ଞାନିକ କୁରୁଲ୍‌କର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନୀ ମହିଳା ଗୁପ୍ତଚର ଜାରା ଦାସଗୁପ୍ତାଙ୍କ (ଛଦ୍ମନାମ) ପ୍ରତି ଆକର୍ଷିତ ‘ଡିଆର୍‌ଡିଓ’ ବୈଜ୍ଞାନିକ ପ୍ରଦୀପ କୁରୁଲକର୍‌ ତାଙ୍କ ସହିତ ଭାରତୀୟ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଗୁପ୍ତ ପ୍ରତିରକ୍ଷା ପ୍ରକଳ୍ପ ବିଷୟରେ ‘ଚାଟିଙ୍ଗ୍‌’ କରିଥିବା କଥା ‘ଏଟିଏସ୍‌’ ଦାଖଲ କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି। ଗତ ସପ୍ତାହରେ ମହାରାଷ୍ଟ୍ର ପୋଲିସର ‘ଆଣ୍ଟି-ଟେରରିଜିମ୍‌ ସ୍କ୍ବାଡ୍‌’ (ଏଟିଏସ୍‌) କୁରୁଲ୍‌କର୍‌ଙ୍କ ନାଁରେ ପୁଣେ ଅଦାଲତରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା। ପୁଣେସ୍ଥିତ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ରେ (ଡିଆର୍‌ଡିଓ) ସେ ଥିଲେ ଅନ୍ୟତମ ନିର୍ଦେଶକ। ‘ଅଫିସିଆଲ୍‌ ସିକ୍ରେଟସ୍‌ ଆକ୍ଟ’ରେ ମେ ୩ ତାରିଖ ଦିନ ଗିରଫ ହୋଇଥିବା କୁରୁଲ୍‌କର ସମ୍ପ୍ରତି ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପ୍ରଦୀପ କୁରୁଲ୍‌କର୍‌ ଓ ଜାରା ଦାସଗୁପ୍ତା ‘ହ୍ବାଟସ୍‌ଆପ୍‌’, ‘ଭଏସ୍‌’ ଓ ‘ଭିଡିଓ’ କଲ୍‌ ମାଧ୍ୟରେ ପରସ୍ପର ସହିତ ଯୋଗସୂତ୍ର ରଖିଥିଲେ ବୋଲି ଉକ୍ତ ‘ଚାର୍ଜସିଟ୍‌’ରେ ଉଲ୍ଲେଖ ଅଛି। ବ୍ରହ୍ମୋସ୍‌ ଲଞ୍ଚ୍‌ର୍‌, ଡ୍ରୋନ୍‌, ୟୁସିଭି, ଅଗ୍ନି ମିସାଇଲ୍‌ ଲଞ୍ଚର୍‌, ମିଲିଟାରି ବ୍ରିଜିଙ୍ଗ୍‌ ସିଷ୍ଟମ୍‌ ଓ ଅନ୍ୟାନ୍ୟ ବିଷୟରେ ଗୁପ୍ତ ଓ ସ୍ପର୍ଶକାତର ସୂଚନା ପାଇବା ଲାଗି ପାକିସ୍ତାନୀ ଏଜେଣ୍ଟ୍‌ଜଣକ ଉଦ୍ୟମ କରୁଥିଲେ ବୋଲି ମଧ୍ୟ ଚାର୍ଜସିଟ୍‌ରେ କୁହାଯାଇଛି। ତେଣୁ, ଜାରାଙ୍କ ପ୍ରତି ଆକର୍ଷିତ ହୋଇଥିବା କୁରୁଲକର୍‌ ‘ଡିଆର୍‌ଡିଓ’ର ଗୋପନ ଓ ସ୍ପର୍ଶକାତର ସୂଚନା ସବୁ ନିଜ ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍‌ରେ ‘ଷ୍ଟୋର୍‌’ କରି ତାଙ୍କୁ (ଜାରା) ସେୟାର୍‌ କରିଥିବା କଥା ଚାର୍ଜସିଟ୍‌ରେ ଲେଖାଯାଇଛି। ଦୁହିଁଙ୍କ ମଧ୍ୟରେ ୨୦୨୨ ଜୁନ୍‌ରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଯୋଗାଯୋଗ ଥିଲା ବୋଲି ‘ଏଟିଏସ୍‌’ କହିଛି।

Breaking News