Report Card Odisha

| Daily Odia News

୩୧ ସାଂସଦଙ୍କ ସଭ୍ୟପଦ ରଦ୍ଦ, ଓଡ଼ିଶାରୁ ୪…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲା ପରେ ଅଦ୍ୟାବଧି ରାହୁଲ ଗାନ୍ଧିଙ୍କ ସମେତ ଦେଶର ୫ ଜଣ ସାଂସଦଙ୍କୁ ସମ୍ବିଧାନର ୧୦୨ (୧) (ଇ) ଅନୁଚ୍ଛେଦ ଓ ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୮ ଦ୍ବାରା ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ତାଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏହି ଆଇନ ଦ୍ବାରା ଅଯୋଗ୍ୟ ଘୋଷଣା କରାଯାଇଥିବା ଲୋକସଭା ସାଂସଦମାନେ ହେଲେ ଲାଲୁ ପ୍ରସାଦ ଯାଦବ, ଜଗଦୀଶ ଶର୍ମା, ମହମ୍ମଦ ଫୈଜଲ, ରାହୁଲ ଗାନ୍ଧି ଓ ଆଫଜଲ ଅନସାରୀ। ଲାଲୁ ପ୍ରସାଦ ଓ ଜଗଦୀଶ ଶର୍ମା ପ‌ଞ୍ଚଦଶ ଲୋକସଭାର ସଭ୍ୟ ଥିବା ବେଳେ ମହମ୍ମଦ ଫୈଜଲ, ରାହୁଲ ଗାନ୍ଧି ଓ ଆଫଜଲ ଅନସାରୀ ସପ୍ତଦଶ ତଥା ଚଳିତ ଲୋକସଭାର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ରାହୁଲ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କ ବ୍ୟତୀତ ଅନ୍ୟ ଚାରିଜଣ ଗୁରୁତର ଆ‌ପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ବ୍ୟତୀତ ସମ୍ବିଧାନର ଦଶମ ଅନୁସୂଚୀର ପ୍ରାବଧାନ ଅନୁଯାୟୀ ଅଷ୍ଟମ ଲୋକସଭାରୁ ଆଜି ପର୍ଯ୍ୟନ୍ତ ( ୩୧ ଡିସେମ୍ବର ୧୯୮୪ ମସିହାରୁ ଆଜିସୁଦ୍ଧା) ଓଡ଼ିଶାରୁ ଜଣ ସାଂସଦଙ୍କ ସହ ମୋଟ ୨୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଚତୁର୍ଦ୍ଦଶ ଲୋକସଭା ପରେ ଅର୍ଥାତ ମେ ୨୦୦୯ ମସିହା ପରେ ସମ୍ବିଧାନର ଦଶମ ଅନୁସୂଚୀ ପ୍ରୟୋଗ କରାଯାଇ କାହାକୁ ଅଯୋଗ୍ୟ ଘୋଷିତ କରାଯାଇ ନାହିଁ। ଅଯୋଗ୍ୟ ଘୋଷିତ ତତ୍କାଳୀନ ସାଂସଦଙ୍କ ମଧ୍ୟରେ ଓଡ଼ିଶାର ଭାଗେ ଗୋବର୍ଦ୍ଧନ, ଦେବାନନ୍ଦ ଅମାତ, ଗୋବିନ୍ଦ ଚନ୍ଦ୍ରମୁଣ୍ତା ଓ ହରିହର ସ୍ବାଇଁ ରହିଥିବା ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ତା ଜଣାଇଛନ୍ତି।

Breaking News