ରିପୋର୍ଟ କାର୍ଡ / ଆନନ୍ଦପୁର
କେନ୍ଦୁଝର ଜିଲ୍ଲାର ଗୋଡ଼ଭଙ୍ଗା ଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି | ସାଇଶଙ୍କର ବସ କୁ ଟ୍ରକ ପଛପଟୁ ଧକ୍କା ଦେଇଥିଲା ଫଳରେ ବସଟି ୩୦ ଫୁଟ ତଳକୁ ଖସି ପଡିଛି | ବସ ଟି ୫୦ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ଵରକୁ ଯାଉଥିଲା। ଟ୍ରକ ଡ୍ରାଇଭରଙ୍କ କହିବା ଅନୁସାରେ ଗାଡ଼ିରେ ବ୍ରେକ ନ ଧରିବାରୁ ଏଭଳି ଦୁର୍ଘଟଣା ଘଟିଗଲା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସରେ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ପଠାଇ ଦିଆଯାଇଥିଲା। ରାତ୍ରି ସମୟ ହୋଇଥିବାରୁ ବସ ଯାତ୍ରୀମାନେ ଏ ଦୁର୍ଘଟଣା କେମିତି ହେଲା ଏପର୍ଯ୍ୟନ୍ତ ଜାଣି ପାରୁ ନାହାନ୍ତି।






More Stories
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..