ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟରେ ଏହାର ଶୁଣାଣି ଆରମ୍ଭ ହେବ । ଆସନ୍ତା ଅଗଷ୍ଟ ୨ରୁ ଏହି ବହୁ ପ୍ରତିକ୍ଷିତ ମାମଲାର ଶୁଣାଣି କରିବ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ସଞ୍ଜୟ କିଷାନ କୌଲ, ଜଷ୍ଟିସ୍ ସଞ୍ଜୀବ ଖନ୍ନା, ଜଷ୍ଟିସ୍ ବିଆର ଗାଭାଇ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଥିବା ଜଣାଯାଇଛି। ସପ୍ତାହର କେବଳ ସୋମବାର ଓ ଶୁକ୍ରବାରକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ନିୟମିତ ଭାବେ ଏହି ମାମଲାର ଶୁଣାଣି ଚାଲିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ ହୋଇଥିଲା। ଧାରା ୩୭୦କୁ ଚ୍ୟାଲେଞ୍ଜ କରି ସମୁଦାୟ ୨୩ ଟି ପିଟିଶନ ଦାଖଲ ଦାଖଲ ହୋଇଛି। ସେଥିରୁ ୨ ଜଣ ଇତି ମଧ୍ୟରେ ନିଜ ପିଟିଶନ ଉଠାଇନେଇଥିବା ଜଣାପଡିଛି |






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..