ରିପୋର୍ଟ କାର୍ଡ / କଟକ
ଗୋଟିଏ ରାଜ୍ୟର ପୋଲିସ ସହିତ ଅନ୍ୟ ରାଜ୍ୟ ପୋଲିସର ସମନ୍ବୟ ଓ ସହଯୋଗ ରହୁ ନାହିଁ। ଅନ୍ୟ ରାଜ୍ୟର ପୋଲିସ ନିକଟରୁ ଜଣେ ଅଭିଯୁକ୍ତ ସଂପର୍କରେ ଆବଶ୍ୟକ ତଥ୍ୟ ମିଳି ପାରୁନାହିଁ। ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଯୁକ୍ତ ସଂପର୍କରେ ଆବଶ୍ୟକ ତଥ୍ୟ ଦେବାରେ ରାଜ୍ୟ ସରକାର ସମର୍ଥ ହୋଇ ପାରୁନାହାନ୍ତି। ଏହାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହିତ ଏଭଳି ସମସ୍ୟାର ସରକାରୀ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ନଚେତ ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ଅଦାଲତ ଅବମାନନା ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ରିଷ୍ଣ କୁମାରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ମୁଖ୍ୟ ସଚିବଙ୍କୁ ଏହି ପ୍ରସଂଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..