ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ନବଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଉଲ୍ଲେଖ ଅଛି। ନବ ଦାସ ଙ୍କୁ ହତ୍ୟା କରିବାକୁ ନିଜ ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ ଦାସ। ଏଥିସହ ସେ ସେଠାରେ ଲଣ୍ଡା ହୋଇ ନିକଟ ଭବିଷ୍ୟତରେ ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲେ। ମାତ୍ର ଏଥିନିମନ୍ତେ ବାରମ୍ବାର ପ୍ରୟାସ କରି ସେ ବିଫଳ ହୋଇଥିଲା । ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲେ ଗୋପାଳ ଦାସ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଳରେ ସେ ଗୁଳି ଲୋଡ୍ କରି ବି ରଖୁଥିଲେ।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..