Report Card Odisha

| Daily Odia News

ଖୁସୀ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମେଷ: ପୁଣ୍ୟକର୍ମା ହୋଇପାରନ୍ତି। ପ୍ରଭାବଶାଳୀ ହେବାର ସୂଚନା ମିଳୁଛି। ନୀତିବାନ୍‌ ହେବେ। ପୁତ୍ର ସନ୍ତାନ ଲାଭର ସୌଭାଗ୍ୟ ଅଛି। ଚତୁଷ୍ପଦ ପ୍ରାଣୀ ଓ ବନ୍ଧୁବାନ୍ଧବଙ୍କ ସାହାଯ୍ୟକାରୀ ହେବେ।

ବୃଷ: ଶୌର୍ଯ୍ୟଶାଳୀ ହୋଇପାରନ୍ତି। ସୁଖୀ ହେବେ। କ୍ଲେଶ ସହିଷ୍ଣୁ ହେବାର ସୂଚନା ମିଳୁଛି। ଶତ୍ରୁହନ୍ତା ହେବେ। ବିଚକ୍ଷଣ ବୁଦ୍ଧସମ୍ପନ୍ନ ହେବେ। ଧନ ସଞ୍ଚୟରେ ପାରଙ୍ଗମ ହେବେ। ସ୍ଥିରସମ୍ପଦଯୁକ୍ତ ଓ ଆୟୁଷ୍ମାନ୍‌ ହେବେ।

ମିଥୁନ: ପତ୍ନୀ ବସନ-ଭୂଷଣ ଓ ବିଳାସବ୍ୟସନ ପ୍ରିୟା ହୋଇପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବ୍ୟୟ ଅଧିକ ହେବାର ସମ୍ଭାବନା ଅଛି। ପାପୀଙ୍କୁ ଆଶ୍ରୟ ଦେଇ ସମାଲୋଚିତ ହେବେ।

କର୍କଟ: ବସ୍ତ୍ରାଦି ବ୍ୟବସାୟ କରି ପ୍ରଚୁର ଧନ ଲାଭ କରିପାରନ୍ତି। କୃଷି କର୍ମରେ ଲାଭବାନ୍‌ ହେବେ। ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ଶାସ୍ତ୍ର ବିଶାରଦ ହେବେ। ପୁଣ୍ୟ କର୍ମ କରି ପ୍ରଶଂସିତ ହେବେ।

ସିଂହ: ଜୋତିର୍ମୟ ପୌରୁଷର ଅଧିକାରୀ ହେବେ। ସଦାସର୍ବଦା ଧର୍ମୀୟ ଭାବନାରେ ନିଜକୁ ହଜାଇ ଦେଇ ପାରନ୍ତି। ସେବା କ୍ଷେତ୍ରକୁ ନିଜର କର୍ମଭୂମି ଭାବେ ବିବେଚନା କରିପାରନ୍ତି। ସମସ୍ତଙ୍କ ପ୍ରିୟ ହେବେ।

କନ୍ୟା: ଉଚ୍ଚ ପଦ ପଦବୀରେ ଥାଇ ମଧ୍ୟ ନିଜକୁ ଅହଂ ହୀନ, ଶାନ୍ତ ସ୍ବଭାବ ପ୍ରଦର୍ଶନ କରିପାରନ୍ତି। ପ୍ରତ୍ୟେକ ପ୍ରଶ୍ନର ଜଣେ ଠିକ୍‌ ଉତ୍ତରଦାତା ହୋଇପାରନ୍ତି। ଧର୍ମ ଓ କର୍ମ ପ୍ରତି ନିଷ୍ଠାବାନ୍‌ ହେବେ।

ତୁଳା: ବିନା କାରଣରେ ଲୋକମାନେ ଆପଣଙ୍କ ବିରୋଧୀ ହୋଇପାରନ୍ତି। ପର ଶିକ୍ଷାରେ ପଡ଼ି ସମ୍ମାନ ହରାଇବା ଆଶା କରାଯାଏ। ଜଳଯାତ୍ରାରେ ବିପଦ ଅଛି। ସେବା ମନୋଭାବ ଯୋଗଁୁ ସମସ୍ତଙ୍କ ପ୍ରିୟପାତ୍ର ହେବେ।
ବିଛା: କଳା କୁଶଳୀ ହେବାର ସୂଚନା ମିଳୁଛି। ଆୟର ପରିମାଣକୁ ଆକଳନ କରି ବ୍ୟୟ କରିପାରନ୍ତି। ନିଜେ ସେବା କାର୍ଯ୍ୟରେ ନିୟୋଜିତ ହେବା ସହ ଅଧସ୍ତନଙ୍କୁ ସ୍ବଧର୍ମରେ ଦୀକ୍ଷିତ କରାଇ ପାରନ୍ତି।

ଧନୁ: ପ୍ରତ୍ୟେକ କ୍ଷେତ୍ରରେ ଜଣେ ଧନୁର୍ଦ୍ଧାରୀଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ସାଧାରଣ କାର୍ଯ୍ୟଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରି ସୁଚାରୁ ରୂପେ ତା’ର ସମ୍ପାଦନା କରିବେ। ଅସାଧାରଣ ହେବେ।
ମକର: ପୁତ୍ର ସନ୍ତାନ ଥିଲେ ସେମାନଙ୍କୁ ଆୟତ୍ତ କରିବା କଷ୍ଟସାଧ୍ୟ ହେବ। ସାମାଜିକ ସ୍ତରରେ ଥିବା ଖ୍ୟାତି କ୍ଷୁଣ୍ଣ ହେବାର ଆଶଙ୍କା ଅଛି। ଜଣେ ଶାସ୍ତ୍ରଜ୍ଞ ଓ ପରୋପକାରୀ ଭାବେ ପୂଜ୍ୟ ହେବେ। ଖୁସୀ ରହିବେ।

କୁମ୍ଭ: କର୍ମ ବଳରେ ବଳୀୟାନ୍‌ ହୋଇ ଧନ ପ୍ରାପ୍ତ ହୋଇପାରନ୍ତି। ଧନ ପ୍ରାପ୍ତିରେ ପତ୍ନୀଙ୍କ ସହଯୋଗ ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବାର ସୁଯୋଗ ଅଛି। ସୁବକ୍ତାଭାବେ ସମ୍ମାନିତ ହେବାର ଯୋଗ ଅଛି।

ମୀନ: ସଙ୍ଗୀତ ପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଜଣେ ଦାସ ଭାବେ ଜନସାଧାରଣଙ୍କ ନିକଟରେ ନିଜର କୁତ୍ରିମ ପରିଚୟ ସୃଷ୍ଟି କରିପାରନ୍ତି। ଖାଦ୍ୟପେୟରେ ରୁଚି ଅରୁଚି ବାରଣ ନକରି ପାରନ୍ତି।

Breaking News