ରିପୋର୍ଟ କାର୍ଡ / ଢେଙ୍କାନାଳ
ସଦର ବ୍ଲକ ଅନ୍ତର୍ଗତ ଆରଦା ଗାଁ ରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଗୁହାଳେ ପଶି ୪୨ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରିଛି ବୋଲି ଗ୍ରାମବାସୀ ସନେ୍ଦହ କହିଁଛନ୍ତି। ଅଜଣା ଜନ୍ତୁର ପାଦଚିହ୍ନକୁ ଗ୍ରାମବାସୀ ଠାବ କରିବା ପରେ ଗ୍ରାମରେ ଭୟ ଓ ଆତଙ୍କରେ ଲୋକ ମାନେ ରହିଛନ୍ତି। ସୂଚନା ଅନୁସାରେ- ସଦର ବ୍ଲକ ସୋଗରପଶି ଗ୍ରାମ ପଞ୍ଚାୟତ ଆରଦା ଗାଁର ଚାଷୀ ସାଧୁଚରଣ ରାଉତଙ୍କ ମେଣ୍ଢାପଲ ଗତକାଲି ସଂଧ୍ୟାରେ ଚରାବୁଲା କରି ଗୁହାଳେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଦେଖିଲା ବେଳକୁ ସବୁତକ ମେଣ୍ଢା ମରିପଡିଛନ୍ତି। ଖବର ଗାଁ ଲୋକ ଜାଣିବା ପରେ ଅନୁସନ୍ଧାନରୁ ଜଣାପଡୁଛି କି କୈାଣସି ଅଜଣା ଜନ୍ତୁ ଏପରି କାଣ୍ଡ ଭିଆଇଛି। କାରଣ ଏକ ପଶୁର ପାଦ ଚିହ୍ନ ସେଠାରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି।






More Stories
୮ରୁ ବର୍ଷା !…..
ଆଜି ଓଡ଼ିଶା ଆସୁଛନ୍ତି ଶାହ…..
କାଲି ଓଡ଼ିଶା ଆସିବେ ଶାହା…..