Report Card Odisha

| Daily Odia News

୩ ଦିନ ବର୍ଷୀବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟୁଇନ୍‌ ସିଟି ସମେତ ଉପକୂଳ ଓ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶନିବାର ସକାଳୁ ବର୍ଷା ଲାଗି ରହିଛି। ଆଗାମୀ ୩ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛ। ସକାଳ ସାଢ଼େ ଆଠଟା ସୁଦ୍ଧା ପାରାଦୀପରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୮୬.୬ ମିମି,ଢେଙ୍କାନାଳରେ ୭୦ ମିମି ନୟାଗଡରେ ୪୩.୧ ମିମି, କେନ୍ଦ୍ରାପଡ଼ାରେ ୨୨.୪ ମିମି, ଭୁବନେଶ୍ୱରରେ ୧୪.୭ ମିମି, ଗୋପାଳପୁରରେ ୨.୧ ମିମି, ଚାନ୍ଦବାଲିରେ ୧୧.୯ ମିମି ଓ ବାଲେଶ୍ୱରରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଲାଗି ରହିବା ଯୋଗୁ ଟୁଇନ୍‌ ସିଟି ଜଳମଗ୍ନ ହୋଇଯାଇଛି। ଟ୍ରାଫିକ ଜନିତ ସମସ୍ୟା ଉପୁଜି ବାରେ ସମ୍ଭାବନା ରହିଛି। ଏହାସହ ତଳୁଆ ଅଞ୍ଚଳ ଓ ଅଣ୍ଡରପାସ ରୋଡ଼ରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 

Breaking News