ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ଟଙ୍କା ଓ ୟୁଏଇର ମୁଦ୍ରା ଦିରହାମ ସୁଦୃଢ ହେବ । ୨ୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁଏଇ ଗସ୍ତର କେନ୍ଦ୍ରବିନ୍ଦୁ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ର ରହିଛି ବୋଲି ଜଣାପଡିଛି । ଏହି ସମୟରେ ଉଭୟ ଦେଶ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି । କୋଭିଡ୍-୧୯ ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଏକ ନୂତନ ପ୍ରୋତ୍ସାହନ ଦେଇଥିବା ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତି (ସିଇପିଏ) ସ୍ୱାକ୍ଷରିତ ହୋଇଥିଲା।






More Stories
ଅଶୋଧିତ ତୈଳ ଉପରୁ କଟକଣା ହଟାଇଲା ଆମେରିକା…..
ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ…..
ଇସ୍ତଫା ଦେଲେ ଜର୍ଜ କୁରିଏନ୍…..