ରିପୋର୍ଟ କାର୍ଡ / ଭୁବନେଶ୍ୱର
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ପ୍ରଥମ ପର୍ଯ୍ୟାୟରେ ସ୍ଥାନାନ୍ତର ହେବ କଳା ଓ ବାଣିଜ୍ୟ ବିଭାଗ। ୟୁନିଟ ୯ ବାଳିକା ସ୍କୁଲରେ ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ ବିଭାଗକୁ ଏବେ ସେଠାକୁ ସ୍ଥାନାନ୍ତର କରାଯିବ ନାହିଁ। ସେମାନଙ୍କ ପାଠପଢ଼ା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହେବ। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଜୁନିୟର କଲେଜକୁ ଅଲଗା କରିବାକୁ କୁଲପତି କହିଆସୁଥିଲେ। ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।ଅନ୍ୟପକ୍ଷରେ ୟୁନିଟ୍ ୯ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏହି ସୁପାରିଶ କରାଯାଇଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….