Report Card Odisha

| Daily Odia News

ପ୍ରଥମ କକ୍ଷ ବଦଳିଲା ଚନ୍ଦ୍ରଯାନ-୩…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚନ୍ଦ୍ରଯାନ-୩ର ପ୍ରଥମ ଅର୍ବିଟ ମାନ୍ୟୁଭରିଂ ସଫଳତାପୂର୍ବକ ସମ୍ପନ୍ନ ହୋଇଛି | ଅର୍ଥାତ୍ ଏହାର କକ୍ଷପଥକୁ ବଦଳାଇ ଦିଆଯାଇଛି। ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ଉତ୍‌କ୍ଷେପଣ ପରେ ଚନ୍ଦ୍ରଯାନ-୩କୁ ୧୭୯ କିମି ପେରିଜି (ପୃଥିବୀଠାରୁ ନିକଟତମ ଦୂରତା) ଓ ୩୬,୫୦୦ କିମି ଏପୋଜି (ପୃଥିବୀଠାରୁ ଦୂରତମ ଦୂରତା) ବିଶିଷ୍ଟ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯାଇଥିଲା। ପ୍ରଥମ ଅର୍ବିଟ ମାନ୍ୟୁଭରରେ ଏପୋଜିକୁ ବଢ଼ାଇ ୪୨,୦୦୦ କିମି କରାଯାଇଛି। ପୃଥିବୀର ଚାରିପଟେ ୫ ଥର ଅର୍ବିଟ ମାନ୍ୟୁଭର ହେବ, ଅର୍ଥାତ୍ କକ୍ଷପଥ ବଦଳିବ। ଏଥିରେ ପ୍ରଥମ, ତୃତୀୟ, ଚତୁର୍ଥ ଓ ପଞ୍ଚମ- ଏହି ଚାରିଥର ଏପୋଜି ଅର୍ଥାତ୍ ପଥିବୀଠାରୁ ଚନ୍ଦ୍ରଯାନ ଯେତେବେଳେ ଦୂରରେ ରହିବ, ତାହା ବୃଦ୍ଧି କରାଯିବ। ଦ୍ବିତୀୟ ଥର ଏପୋଜି ବଦଳିବନି, ପେରିଜି ଅର୍ଥାତ୍ ଅଣ୍ଡାକାର କକ୍ଷପଥରେ ପୃଥିବୀଠାରୁ ନିକଟତମ ଦୂରତାକୁ ବୃଦ୍ଧି କରାଯିବ। ଜୁଲାଇ ୩୧ ସୁଦ୍ଧା ଚନ୍ଦ୍ରଯାନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇଥିବ। ଇସ୍ରୋ ବୈଜ୍ଞାନିକମାନେ ଏପୋଜିରେ ପରିବର୍ତ୍ତନ କରି ପୃଥିବୀଠାରୁ ଏହାର ଦୂରତମ ଦୂରତା ବୃଦ୍ଧି କରିବେ। ସେପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯେପର୍ଯ୍ୟନ୍ତ ଏହା ପ୍ରାୟ ୧ ଲକ୍ଷ କିମି ଦୂରରେ ନ ପହଞ୍ଚିଛି।

 

Breaking News