Report Card Odisha

| Daily Odia News

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଚିତାଲାଗି | ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମସ୍ତକରେ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ପ୍ରାୟ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଚିତାଲାଗି ଶେଷ ହେବା ପରେ ଶ୍ରୀଜୀଉଙ୍କୁ ମହାସ୍ନାନ ଏବଂ ବେଶ କରାଯିବ। ଚିିତାଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ। ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ ମଣ୍ଡପରୁ ରାତିରେ ଫେରିବାବେଳେ ଶ୍ରୀମସ୍ତକରୁ ରତ୍ନ ଖଚିତ ଚିତା ବାହାର କରାଯାଇଥିଲା। ସୋମବାର ଚିତାଲାଗି ଅମାବାସ୍ୟା ତିଥିରେ ଚିତାଲାଗି କରାଯିବା ବିଧି ରହିଛି ।

Breaking News