ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାନହାନି ମାମଲାରେ ରାହୁଲଙ୍କୁ ଦଣ୍ଡାଦେଶ ମାମଲାରେ ଆସନ୍ତା ୨୧ ତାରିଖରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା। ଏଣୁ କୋର୍ଟ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଛନ୍ତି । ମୋଦି ସାଙ୍ଗିଆ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ଥିଲା।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..