Report Card Odisha

| Daily Odia News

ଟ୍ରେନ ଦୁର୍ଘଟଣା ମାମଲାରେ: ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ…..

ରିପୋର୍ଟ କାର୍ଡ / ବାଲେଶ୍ୱର

ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଯାଇଥିଲା | ଆଜି ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କଲା ଖଡ଼ଗପୁର ରେଳ ଡିଭିଜନ | କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଖଡ଼ଗପୁର ରେଳ ଡିଭିଜନର ସିନିୟର ଡିସିଏମ ଏନେଇ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ- ଗତକାଲି ବାଲେଶ୍ବର ଜିଲ୍ଲା ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍‌ ଡାଉନ୍‌ ଲାଇନ୍‌ରେ ଏକ ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ଅଳ୍ପକେ ଟଳିଯାଇଥିଲା । ଦୁଇ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭଦ୍ରକ-ବାଲେଶ୍ବର ମେମୁରେ ଯାତ୍ରା କରୁଥିବା ଶତାଧିକ ଯାତ୍ରୀ ବର୍ତ୍ତିଯାଇଥିଲେ । ଇଣ୍ଟର୍‌ଲକିଂ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ପାଇଁ ବାହାନଗାରେ ଯେପରି ଦୁର୍ଘଟଣା ଘଟିଲା, ନୀଳଗିରି ରୋଡ୍‌ ଷ୍ଟେସନ୍‌ରେ ମଧ୍ୟ ସମାନ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା । ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା।

Breaking News