Report Card Odisha

| Daily Odia News

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କାଶ୍ମୀରର ପୁଞ୍ଚ୍‌ରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୪ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି।  ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପୁଞ୍ଚର କ୍ରିଷ୍ଣା ଘାଟି ସେକ୍ଟର ସ୍ଥିତ ଏଲ୍‌ଓସି ନିକଟରେ ଭାରତୀୟ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାର ଦିନକ ପରେ ଆଜି ପୁଣି ୪ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ସୁରନକୋଟ‌ରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସୁରକ୍ଷାକର୍ମୀମାନେ ଗତକାଲି ରାତିରୁ ଅପରେସନ ଆରମ୍ଭ କରିଥିଲେ। ଆଜି ଭୋର ସମୟରେ ଉଭୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି।

Breaking News