Report Card Odisha

| Daily Odia News

ବାୟାପଡା ଘାଟିରେ ଭୁସ୍ଖଳନ,୧୯ ଗାଁ ବିଚ୍ଛିନ୍ନ…..

ରିପୋର୍ଟ କାର୍ଡ / ମାଲକାନଗିରି

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ବାୟାପଡା ଘାଟିରେ ଭୁସ୍ଖଳନ ହୋଇଛି। ଯାହାଫଳରେ ନାକାମାମୁଡ଼ି ପଞ୍ଚାୟତର ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ପ୍ରାୟ ୩ ହଜାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଏହି ଗାଁ ଗୁଡ଼ିକ ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି। ୨ବର୍ଷ ତଳେ ପାହାଡ କଟାଯାଇ ଘାଟିରେ ଏହି ରାସ୍ତା ତିଆରି କରାଯାଇଥିଲା। ଭୁସ୍ଖଳନ ହେବା ଯୋଗୁ ପାହାଡରୁ ମାଟି ଓ ପଥର ଧସେଇ ଆସି ରାସ୍ତା ଉପରେ ପଡ଼ିଛି। ଯାହାଫଳରେ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ପାରି ନାହିଁ। ଯାହାଫଳରେ ୧୯ଟି ଗାଁର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

 

Breaking News