ରିପୋର୍ଟ କାର୍ଡ / ନୟାଗଡ଼
ବୌଦ୍ଧ ପରେ ନୟାଗଡରେ ୫-ଟି ସଚିବ ଙ୍କ ପାଇଁ ଅଣ୍ଡା ଦୋକାନ ବନ୍ଦ | ୫-ଟି ସଚିବଙ୍କୁ କାଳେ ବିଜେପି ଓ କଂଗ୍ରେସ କର୍ମୀ ବିରୋଧ କରିବେ ତାହାକୁ ନଜରରେ ରଖି ୨ ଦିନ ପାଇଁ ଅଣ୍ଡା ଦୋକାନ ବନ୍ଦ ରଖିଛି ପୋଲିସ | କେବଳ ଅଣ୍ଡା ଦୋକାନ ନୁହେଁ ରଣପୁର ଅଞ୍ଚଳରେ ସମସ୍ତ ଦୋକାନ ବଜାରକୁ ପୋଲିସ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି | ରଣପୁରର ବିଭିନ୍ନ ସମସ୍ୟାକୁ ନେଇ ଆଜି ୫-ଟି ସଚିବ ଭିକେ ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିଲେ | ରଣପୁରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବାକୁ ଯାଉଥିବାବେଳେ ଶାମୁକା ସାହି ନିକଟରେ ବିଜେପିର ଦଳୀୟ କର୍ମୀମାନେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି | ବିଜେପି କର୍ମୀମାନେ ତାମିଲ ଶାସନ ଚଳିବ ନାହିଁ, ଫେରିଯାଅ ନାରାବାଜି ଦେଇ ଘୋର ବିରୋଧ କରିଥିଲେ । ସୂଚନା ଅନୁସାରେ- ୫-ଟି ସଚିବଙ୍କ ଗସ୍ତକୁ ନେଇ ଗତକାଲିଠାରୁ ରଣପୁର ଅଞ୍ଚଳରେ ସମସ୍ତ ଅଣ୍ଡାଦୋକାନ ବନ୍ଦ ରହିଥିବାବେଳେ ଆଜି ସମସ୍ତ ଦୋକାନ ବଜାରକୁ ପୁଲିସ୍ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ୫-ଟି ସଚିବ ଭିକେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଯାଇଥିବାବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ । ପାଣ୍ଡିଆନଙ୍କ କାର ଉପରକୁ ୩ ଜଣ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଥିଲେ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..