ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ପାଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍ ଗାନ୍ଧୀ କରିଥିବା ଆବେଦନର ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ | ଏନେଇ ଆଜି ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି | ଏହି ମାମଲାରେ ସୁପ୍ରିମ୍ କୋର୍ଟ ମାନହାନୀ ମାମଲାର ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ବି ନୋଟିସ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଗୁଜରାଟ ସରକାର ଓ ଅନ୍ୟମାନଙ୍କୁ ମଧ୍ୟ ସୁପ୍ରିମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି। ମୋଦୀ ସାଙ୍ଗିଆ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ, କିନ୍ତୁ ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ମନା କରି ଦେଇଥିଲେ।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….