ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ଭବନ ସମ୍ମୁଖରେ ଜୋରଦାର ହଙ୍ଗାମା କରିଛନ୍ତି ନିଲମ୍ବିତ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କ ସମର୍ଥକ | ଆଜି କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ହେବାକୁ ଥିବାବେଳେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ସଦସ୍ୟମାନେ ଯୋଗ ଦେବାର ଥିଲା | ତେବେ ଏହା ପୂର୍ବରୁ କଂଗ୍ରେସ ଭଵନ ବାହାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ନେଇ ଜୋରଦାର ଦାବି କରିଥିଲେ | ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରି କର୍ମୀମାନେ ପ୍ରତିବାଦ କରିଥିବାବେଳେ ଚିରଞ୍ଜୀବ-ମୋକିମ ଜିନ୍ଦାବାଦ ଓ ପିସିସି ମୁର୍ଦ୍ଦାବାଦ ନାରାରେ କମ୍ପୁଛି କଂଗ୍ରେସ ଭବନ |






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….