ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଦେଶକୁ ଚାଉଳ ରପ୍ତାନୀ ଉପରେ ଭାରତ ସରକାର ତତ୍କାଳ ବ୍ୟାନ୍ ଲଗାଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଗ୍ରାହକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଅନ୍ତଃଜାତୀୟ ବଜାରରେ ଚାଉଳ ଦର ବୃଦ୍ଧି ଅଶଙ୍କା କରାଯାଉଛି। ତେବେ ଜାତୀୟ ବଜାରରେ ଦର ନିୟନ୍ତ୍ରଣ କରିବା ଓ ଚାହିଦା ମୁତାବକ ଖାଦ୍ୟଦ୍ରବ୍ୟ ମହଜୁଦ୍ ରଖିବା ନିମନ୍ତେ ସରକାର ଏହି ପଦକ୍ଷେପ ନେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଚାଉଳର ଦର ୧୪ରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ସରକାର ଏହି ନିଷ୍ପତ୍ତି ନେଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶ୍ୱର ଅଧିକାଂଶ ଦେଶର ପ୍ରମୁଖ ଖାଦ୍ୟ ଭାତ ହୋଇଥିବା ବେଳେ କୋଭିଡ୍ ମହାମାରୀ, ୟୁକ୍ରେନ୍ ଯୁଦ୍ଧ ଓ ଏଲ୍ ନିନୋ ପ୍ରଭାବରେ ସୃଷ୍ଟି ଖାଦ୍ୟ ଅଭାବକୁ ଏହି ବ୍ୟାନ୍ ଆହୁରି ପ୍ରଭାବିତ କରିବା ଅଶଙ୍କା ରହିଛି। ବିଶ୍ୱର ବିଭିନ୍ନ ଦେଶର ଚାହିଦାର ୪୦ ପ୍ରତିଶତ ଚାଉଳ ଭାରତ ରପ୍ତାନୀ କରିଥାଏ। ତେଣୁ ଭାରତ ସରକାରଙ୍କ ଚାଉଳ ରପ୍ତାନୀ ବନ୍ଦ ନେଇ କଠୋର ନିଷ୍ପତ୍ତି ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଗ୍ରୋ ଇଣ୍ଟିଲିଜେନ୍ସ ଅଶଙ୍କା ପ୍ରକାଶ କରିଛି।ଆଫ୍ରିକୀୟ ଦେଶ, ତୁର୍କୀ, ସିରିଆ, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଓ ଦରବୃଦ୍ଧି ଦେଇ ଗତି କରୁଥିବା ଦେଶଗୁଡ଼ିକୁ ଏଭଳି ବ୍ୟାନ୍ ନିଷ୍ପତ୍ତି ପ୍ରଭାବିତ କରିବ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..