ରିପୋର୍ଟ କାର୍ଡ / ସମ୍ବଲପୁର
ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଏବଂ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ଥର ବୃଦ୍ଧି ପାଇଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି ଖୋଲାଯାଇଛି ହୀରାକୁଦ ଡ୍ୟାମ୍ର ଗେଟ୍। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି। ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଏହାର ଜଳପତ୍ତନ ୬୧୪.୮୭ ଫୁଟ ରହିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ଜଳପତ୍ତନ ୬୦୫ ଫୁଟ୍ ରଖିବାକୁ ନିଷ୍ପତ୍ତି ହୋଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..