Report Card Odisha

| Daily Odia News

ଭୁଶୁଡ଼ିଲା ସ୍କୁଲ୍‌ ଛାତ,୧୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପୂର୍ବ ଚୀନ୍‌ରେ ଗୋଟାଏ ସ୍କୁଲ୍‌ ଜିମ୍‌ର ଛାତ ଭୁଶୁଡ଼ି ପଡ଼ିବାରୁ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି | ଭିତରେ ଜଣେ ଫସି ରହିଥିବା ନେଇ ଜଣାପଡିଛି। ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରବିବାର ହେଇଲୋଙ୍ଗ୍‌ଜିଆଙ୍ଗ୍‌ ପ୍ରଦେଶ ଅନ୍ତର୍ଗତ କ୍ବିକ୍ବିହାର୍‌ସ୍ଥିତ ୩୪ ନମ୍ବର ମିଡଲ୍‌ ସ୍କୁଲ୍‌ରେ ଥିବା ଜିମ୍‌ ଭୁଶୁଡ଼ି ପଡ଼ିଥିଲା। ସୋମବାର ସକାଳ ୫.୩୦ ସୁଦ୍ଧା ଜିମ୍‌ର ଭଗ୍ନସ୍ତୂପ ମଧ୍ୟରୁ ୧୪ଜଣଙ୍କୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣ ନିର୍ଜୀବ ଅବସ୍ଥାରେ ଥିବା ବେଳେ ବାକି ୬ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ସମଗ୍ର ଛାତଟି ଜିମ୍‌ ମଧ୍ୟକୁ ଭୁଶୁଡ଼ି ପଡ଼ିଛି ଏବଂ ଉଦ୍ଧାରକାରୀମାନେ ଭଗ୍ନସ୍ତୂପ ମଧ୍ୟରେ ତଲାସ ଚଳାଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟ ପାଇଁ ୩୯ଟି ଅଗ୍ନିଶମ ଗାଡ଼ି ଓ ପ୍ରାୟ ୧୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜନ କରାଯାଇଥିଲା | ପ୍ରବଳ ବର୍ଷା ଯୋଗୁଁ ଉକ୍ତ ‘ପର୍ଲାଇଟ୍‌’ ସମ୍ପ୍ରସାରିତ ହୋଇଯିବାରୁ ଛାତ ଭୁଶୁଡ଼ି ପଡ଼ିଲା। ଯେଉଁମାନେ ନିର୍ମାଣକାରୀ କମ୍ପାନି ଦାୟିତ୍ବରେ ଥିଲେ ସେମାନଙ୍କୁ ପୋଲିସ ହାଜତକୁ ନେଇଥିବା ଜଣାପଡିଛି |

Breaking News