ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠୁ ଲାଗୁ ହେଲା ସୋସିଆଲ ମିଡିଆ ଟ୍ୱିଟରର ନୂଆ ଲୋଗୋ। ଟ୍ବିଟରର ବାର୍ଡ ଲୋଗୋ ପରିବର୍ତ୍ତନ କଲେ ଟ୍ବିଟର ମାଲିକ ଏଲନ ମସ୍କ। ଏମିତି କି ସେ ଟ୍ୱିଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ୱେବସାଇରେ X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍। ଟ୍ୱିଟରର ନୀଳ ଚଢ଼େଇ ବଦଳରେ ଏକ୍ସ ଡଟ କମ୍ର ଲୋଗୋ ବ୍ୟବହାର ହେବ ବୋଲି ସୂଚନା ମିଳିଛି। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଆପକୁ ‘ଏକ୍ସ’ ଭାବେ ବିକଶିତ କରିବା ସହ ଏଥିରେ ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି। ଡିଜାଇନ୍ ୱେବସାଇଟ୍ କ୍ରିଏଟିଭ୍ ବ୍ଲକ୍ ଅନୁଯାୟୀ ୨୦୦୬ ମସିହାରେ ପ୍ରତିଷ୍ଠିତ ଟ୍ୱିଟରର ନାମ ଚଢେଇର ଶବ୍ଦ ଉପରେ ଆଧାର କରି ରଖାଯାଇଥିଲା। ଏହାସହ ଏକ ନୀଳ ରଙ୍ଗର ଚଢେକୁ ଲୋଗୋ ଭାବେ ବ୍ୟବହାର କରାଯାଉଥିଲା। ଏହାକୁ ଏଭିଆନ୍ ବ୍ରାଣ୍ଡିଂ ବ୍ୟବହାର କରିଆସୁଥିଲେ। ବର୍ତ୍ତମାନ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କମ୍ପାନୀ ଅଧିନରେ ରହିବ। ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ। ୧






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….