ରିପୋର୍ଟ କାର୍ଡ / ଗଞ୍ଜାମ
ସମ୍ପତ୍ତି ପାଇଁ ପରିବାରର ୪ ଜଣଙ୍କୁ କୁରାଢ଼ିରେ ହାଣି ପକାଇଛନ୍ତି ନୃଶଂସ ପୁଅ। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ ଘଟିଛି ଏହି ଅଘଟଣ। ଆହତ ବ୍ୟକ୍ତିମାନେ ଗୋଟିଏ ପରିବାରର। ସେମାନେ ହେଲେ ଗୁଡ଼ିଆଳି ଗ୍ରାମର ବାପା ହରେକୃଷ୍ଣ ରେଡ଼ୀ, ମାଆ ପ୍ରମିଳା ରେଡ଼ୀ, ଭାଇବୋହୂ ମାମା ରେଡ଼ୀ ଓ ଭଉଣୀ ଦୁଃଖୀଆମା ରେଡ୍ଡୀ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପାଣ୍ଡଵ ରେଡ଼ୀ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପାଣ୍ଡବଙ୍କ ସାନ ଭାଇ ଅନ୍ୟ ଜଣଙ୍କ ଘରକୁ ପୁଅ ହୋଇଯାଇ ରହିଥିଲେ। ହେଲେ ଏବେ ସେ ଆସି ନିଜ ବାପା ସମ୍ପତ୍ତିରେ ଭାଗ ନେବାକୁ ଦାବି କରିଥିଲେ। ହେଲେ ପାଣ୍ଡବ ସାନ ଭାଇକୁ ଭାଗ ଦେବାକୁ ରାଜି ନଥିଲେ। ଏହି ପ୍ରସଙ୍ଗକୁ ନେଇ ପରିବାରରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ରାତିରେ ପରିବାର ଲୋକେ ଶୋଇଥିଲା ବେଳେ ଏହି ସମୟରେ ପାଣ୍ଡଵ ଓ ତାଙ୍କ ସ୍ତ୍ରୀ ପ୍ରଥମେ ବାପାମା’ଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ପାଟି ଶୁଣି ଭଉଣୀ ମଧ୍ୟ ଦୌଡ଼ି ଆସିଥିଲେ। ତାଙ୍କୁ ବି କୁରାଢ଼ିରେ ଆକ୍ରମଣ କରି ଭାଇବୋହୂ ମାମା ରେଡ଼ୀଙ୍କୁ ମଧ୍ୟ କୁରାଢ଼ି ଆକ୍ରମଣ କରି ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଥିଲେ। ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ଗ୍ରାମବାସୀ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..