ରିପୋର୍ଟ କାର୍ଡ / ଭୁବନେଶ୍ୱର
୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ବିଲ୍ କରାଇ ଦେବାକୁ ଜଣେ ଠିକାଦାରଙ୍କ ଠାରୁ ସେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଡେଲାଙ୍ଗ ବଜାର ସ୍ଥିତ ଏକ ଜନସେବା କେନ୍ଦ୍ର ନିକଟରେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ସମସ୍ତ ଲାଞ୍ଚ ଅର୍ଥ ଜବତ କରି ଗିରଫ କରାଯାଇଛି । ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ପୁରୀର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନବକଳେବର ରାସ୍ତା ସ୍ଥିତ ତାଙ୍କ ଭଡ଼ା ଘର ଓ ତାଙ୍କ ଅଫିସରେ ଚଢ଼ାଉ କରାଯାଇଥିଲା।






More Stories
ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ….
୨ରେ ଲଘୁଚାପ…..
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..