Report Card Odisha

| Daily Odia News

ପୋଲିସ ହେବା ପରେ ପ୍ରେମିକ ପାଖକୁ ଚାଲିଗଲା ସ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମି ବିକି ପାଠ ପଢ଼ାଇଥିଲେ ସ୍ବାମୀ। ପୋଲିସ ହେବା ପରେ ପ୍ରେମିକ ପାଖକୁ ଚାଲିଗଲା ସ୍ତ୍ରୀ। ଏସଡିଏମ ଜ୍ୟୋତି ମୌର୍ଯ୍ୟ ନିଜ ସ୍ବାମୀଙ୍କୁ ଛାଡ଼ିବା ପରି ବିହାରର ମୁଜାଫରପୁରରେ ମଧ୍ୟ ସେଭଳି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ପୀଡିତ ସ୍ବାମୀ ଜଣକ କହିଛନ୍ତି – ଜମି ବିକ୍ରି କରି ତାଙ୍କ ପତ୍ନୀଙ୍କୁ ଇନ୍ସପେକ୍ଟର କରିଥିଲେ। ହେଲେ ଇନ୍ସପେକ୍ଟର ହେବା ପରେ ପତ୍ନୀ ପ୍ରେମିକଙ୍କ ସହ ରହିବାକୁ ଚାଲି ଯାଇଛନ୍ତି | ସେ ଏହାକୁ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଛନ୍ତି । ଏହି ମହିଳାଙ୍କ ନାମ ମଧ୍ୟ ଜ୍ୟୋତି। ସ୍ବାମୀ ପ୍ରିୟରଞ୍ଜନଙ୍କ କହିବା ମୁତାବକ, ଯେତେବେଳେ ସେ ୯ମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ସେ ଜ୍ୟୋତିଙ୍କ ପ୍ରେମରେ ପଡିଥିଲେ। ପରିବାରର ବିରୋଧ ସତ୍ତ୍ବେ ସେ ଘରୁ ଗୁରୁଗ୍ରାମ ଯାଇ ଜ୍ୟୋତିଙ୍କ ସହ ପ୍ରେମ ବିବାହ କରିଥିଲେ। ବିବାହ ପରେ ତାଙ୍କ ପତ୍ନୀ ଜ୍ୟୋତି ଇନ୍ସପେକ୍ଟର ହେବାକୁ ଚାହୁଥିବାରୁ ଋଣ ନେଇ ଓ ଜମି ବିକି ଜ୍ୟୋତିଙ୍କୁ ପଢ଼ାଇଥି‌ଲେ ପ୍ରିୟରଞ୍ଜନ। କିଛି ମାସ ପରେ ନିଯୁକ୍ତି ଏବଂ କେନ୍ଦ୍ର ପରିଚାଳନା ପାଇଁ ପତ୍ନୀଙ୍କୁ ଏବଂ ତାଙ୍କ ବନ୍ଧୁଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏ ପ୍ରିୟରଞ୍ଜନ ଦେଇଥିଲେ। ହେଲେ ପରେ ସେ ଜାଣିବାକୁ ପାଇଲେ ଯେ ଯେଉଁ ଯୁବକକୁ ତାଙ୍କ ପତ୍ନୀ ଜ୍ୟୋତି ନିଜର ବନ୍ଧୁ ବୋଲି କହୁଥିଲେ ସେ ପ୍ରକୃତରେ ତାଙ୍କ ପ୍ରେମିକ ଥିଲେ। ପ୍ରିୟରଞ୍ଜନ କହିଛନ୍ତି ଯେ ୨୦୧୯ମସିହାରୁ ଜ୍ୟୋତି ସବ୍-ଇନ୍ସପେକ୍ଟର ହେବା ପରଠାରୁ ତାଙ୍କ ସହ ରହିବାକୁ ମନା କରୁଛନ୍ତି ଏବଂ ହତ୍ୟା କିମ୍ବା ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଉଛନ୍ତି।

Breaking News